ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବାକୁ ଦାସକାଠିଆ ମାଧ୍ୟମରେ ସଚେତନତା

ଜି. ଉଦୟଗିରି : ଜି. ଉଦୟଗିରି ବନାଞ୍ଚଳ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇତିବା ଦେଖିବାକୁ ମିଳିଛି। ଆଜି ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକସନ ଓ ଜ.ଉଦୟଗିରି ସେକ୍ସନ୍ ର ଡାକ ପ୍ଳଲା, ଜି. ଉଦୟଗିରୀ ହାଟ, ଗଟାମାହା, ତଲାରିମାହା ଓ ତଳ ବାଲୁମାହା ଅଞ୍ଚଳରେ କଙ୍ଗୁରା ପ୍ରଧାନ ବ୍ୟାସଦେବ ପ୍ରଧାନ ଦାସକାଠିଆ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗି ଥିବା ସମୟରେ ବନ ବିଭାଗକୁ ସହଯୋଗ କରିବା, ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ୟ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ସୁଶ୍ରୀ ମୀନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ, ଶ୍ରୀଧର ସାହୁ, ବନରକ୍ଷୀ ପ୍ରତାପ କୁମାର ବେହେରା ଓ ଅନିତା ପାତ୍ରପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...