ଆଇନ ସଚେତନତା ଶିବିର

ସୁଆଣ୍ଡୋ: ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରାହାଟ ଗ୍ରାମରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ପ୍ୟାନେଲଭୁକ୍ତ ଆଇନଜୀବୀ ସୁଭ୍ରାନ୍ତ କୁମାର ମିଶ୍ର, ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ, ପାରା ଲିଗାଲସେଲ ସ୍ୱେଚ୍ଛାସେବୀ ସମ୍ବିତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଦେଶରେ ରହିଥିବା ଜନକଲ୍ୟାଣ ଭିତିକ ଆଇନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ୬୦ ଜଣରୁ ଅଧିକ ମହିଳା ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

ବର୍ଷକୁ ୩ ଲକ୍ଷରୁ କମ ଆୟ କରୁଥିବା ନାଗରିକ ଦୁର୍ଘଟଣାଗ୍ରସ୍ତ, ଗ୍ରାମୀଣ ମହିଳା ଏଚଆଇଭି ସଂକ୍ରମିତ, ଭିନ୍ନକ୍ଷମ ଅସହାୟ ବିଧବା ମହିଳା, ନିର୍ୟ୍ୟାତିତା ମହିଳା, ଶିଶୁ ବରିଷ୍ଠ ନାଗରିକ, ତପସିଲଭୁକ୍ତ ଜାତି ଓ ଉପଜାତି, ମାନସିକ ବିକାରଗ୍ରସ୍ତ ଓ ହାଜତରେ ବିଚାରାଧୀନ ବନ୍ଦୀ ସର୍ବୋପରି ଜନସମାଜରେ ଅବହେଳିତ ନିରାଶ୍ରୟମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ଶିବିରରେ ସଚେତନତା କରାଯାଇଥିଲା। କୋଭିଡ ନିୟମ ମାନି ଶିବିରଟି କରାଯାଇଥିଲା ।

Comments are closed.