କୁଟିଆ କୁଈ କଳା ପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅନ୍ତର୍ଗତ ବାନ୍ଦାକା ଅଞ୍ଚଳର କୁଟିଆ କୁଈ କଳା ପରିଷଦ ପକ୍ଷରୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡେଙ୍ଗୁଡା ଗ୍ରାମ ଏବଂ ଆଖପାଖ ଅଂଚଳରେ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସେମାନଙ୍କର ବିଭିନ୍ନ ଅନ୍ଧବିଶ୍ୱାସ, କୁସଂସ୍କାରକୁ ଦୂର କରିବା ସହିତ ସେହି ଅଂଚଳରେ ଥିବା ଲୋକଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ପାନୀୟ ଜଳ ଏବଂ ସ୍ୱଛତା ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି। ଅଂଚଳର ସମାଜସେବୀ ବୁଲୁ ଦିଗାଲଙ୍କ ନେତୃତ୍ୱରେ ରଞ୍ଜନ ମଝିଆସେଠ୍‍, ରମଶେ ମାଝୀ, ପପୁ ମାଝୀ, ବର୍ଷା ମାଝୀ, ସୁକାନ୍ତୀ ମାଝୀ, ଯକ୍ଷ ମଲ୍ଲିକ ଏବଂ ଭଗବତୀ ହିଏଲଙ୍କ ସମେତ ଅଂଚଳର ଲୋକମାନଙ୍କ ଦ୍ୱାରା ମିଳିତ ଭାବରେ ଡେଙ୍ଗୁଡା ଗ୍ରାମରେ ଲୋକଙ୍କୁ ସଚେତନ କରାଯିବାପରେ ସେହି ଅଂଚଳରେ ଥିବା ମଇଳା ଆବର୍ଜନା ସମେତ ଡ୍ରେନ ସବୁକୁ ସଫା କରାଯାଇଥିଲା। ଅନୁଷ୍ଠାନର ଏହି କାର୍ଯ୍ୟରେ ଅଂଚଳବାସୀ ଉତ୍ସାହର ସହିତ ସହଯୋଗର ହାତ ବଢାଇଥିଲେ।

 

Comments are closed.