ସ୍ୱୟଂ ସହାୟକ ସଂଘର ବୀମା ସଚେତନତା ଶୋଭାଯାତ୍ରା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତର ସ୍ୱୟଂସହାୟକ ସଂଘର ମହିଳାମାନଙ୍କ ପକ୍ଷରୁ ଗୁରୁବାର ବୀମା ସଚେତନତା ସଂର୍ପକୀତ ଏକ ଶୋଭାଯାତ୍ରା କରାଯାଇଛି। ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାର ସୁଫଳ କିଭଳି ସବୁ ବର୍ଗର ଲୋକଙ୍କ ନିକଟରେ ପଂହଞ୍ଚିପାରିବ ତାହା ଆଜିର ଶୋଭାଯାତ୍ରାର ମୂଳଲକ୍ଷ୍ୟ ଥିଲା। ଏଥିରେ ପଞ୍ଚାୟତର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ସାମିଲ ହୋଇ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ଏ ସଂର୍ପକରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ବିଏଲସି ଶୁଷେଣ ଦେହୁରୀ, ଡିପିସି ପଲ୍ଲବୀ ମଙ୍ଗରାଜ, ମଷ୍ଟର ବୁକ୍ କିପର ଦୁଶିଲା ଭୋଇ ବ୍ୟାଙ୍କ ମିତ୍ର ପ୍ରମୁଖ ସାମିଲ ଥିଲେ।

Comments are closed.