ସତର୍କତାର ବାର୍ତ୍ତା ବାଣ୍ଟିଲେ ମହିଳା ସଂଘ

ଫୁଲବାଣୀ : କରୋନା ମହାମାରିକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାର ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଡ଼କେଡ଼ି ଓ ମଗରଗୁଡ଼ା ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠି , ଅନ୍ତରଙ୍ଗ ଓ ସ୍ନେହ ଅନୁଷ୍ଠାନର ସହଯୋଗରେ ଗାଁ ଗାଁରେ କରୋନା ମହାମାରିକୁ ଯୁଦ୍ଧକାଳୀନ ଅସ୍ତ୍ରଭାବରେ ନିଜକୁ ସଜାଗ ଓ ସମସ୍ତ ନିତି ନିୟମକୁ ପାଳନ କରିବା ପାଇଁ ସତର୍କତାର ବାର୍ତ୍ତା ବଣ୍ଟନ କରାଯାଇଛି। ଏଥି ସହିତ ଗାଁ ଗାଁରେ ଚାଲିଥିବା ମହୁଲି ମଦ ବନ୍ଦ କରିବା ପାଇଁ ମଧ୍ୟ ମହିଳା ମାନେ ସତର୍କ କରାଇଥିଲେ। ଏହି ଅବସରରେ ସରପଂଚ ଶ୍ରୀମତି ବନ୍ଦିନୀ ପ୍ରଧାନଙ୍କ ସମେତ ଅନ୍ତରଙ୍ଗ ଯୁବ ମହାସଂଘର ସଂପଦାକ ହୃଷିକେଶ ପ୍ରଧାନ ,ସ୍ନେହ ଅନୁଷ୍ଠାନର କର୍ମଚାରୀ ତରୁଲତା ଦିଗାଲ , ଘାସିରାମ ପ୍ରଧାନ , ଅଲନ ପ୍ରଧାନ ଓ ଆଶା କର୍ମୀ ନମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୟ ପ୍ରଧାନ ,ସୁଲୋଚନା ନାୟକ, ମଂଜୁଳା ପ୍ରଧାନ, କୁକୁ ପ୍ରଧାନ, ହରସିନ ପ୍ରଧାନ ଓ ଅନ୍ୟମାନେ ସାମିଲ୍‍ ହୋଇ ଗାଁ ଗାଁରେ ଏହି ବାର୍ତ୍ତା ବାଣ୍ଟିଥିଲେ। ବିଶେଷ କରି କରୋନା ଭୂତାଣୁଠାରୁ କିଭଳି ଭାବେ ଦୂରେଇ ରହିବା ଓ ସତର୍କତା ଉପରେ ସଚେତନ ମଧ୍ୟ କରିଥିଲେ।

Comments are closed.