ଚୌଦ୍ୱାର କଲେଜରେ ସଚେତନତା କାର୍ଯ୍ୟକ୍ରମ

ଚୌଦ୍ୱାର :  ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ତମାଖୁ ନିଷେଧ ଓ ତମାଖୁ ସେବନକାରୀକୁ ଦଣ୍ଡବିଧାନ ଆଦି ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ କଲେଜର ଆଣ୍ଟିଟୋବାକୋ ସେଲ ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ନାରାୟଣ ରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିଜ କାର୍ଯ୍ୟକ୍ରମରେ ପ୍ରଧ୍ୟାପକ ଶରତ କୁମାର ମଲ୍ଲିକ, ଡ.ରମେଶ ଚନ୍ଦ୍ର ଦେବତା, ମୋହିତ କର, ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ବସନ୍ତ ବିଶ୍ୱାଳ, ଅରଣ୍ୟକ ରାଉତରାୟ ଓ କଟକ ସିଡିଏମଓ କାର୍ଯ୍ୟାଳୟର ଶୁଦ୍ଧି ରଞ୍ଜନ ରଥ ପ୍ରମୁଖ ଯୋଗଦେଇ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ସବିଶେଷ ପ୍ରକ୍ରିୟା ବିଷୟରେ ଉପସ୍ଥିତ କର୍ମଚାରୀ, ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ତମାଖୁ ଦ୍ରବ୍ୟ ସେବନରେ ଘଟୁଥିବା ସ୍ୱାସ୍ଥ୍ୟହାନୀ ପ୍ରସଙ୍ଗକୁ ନେଇ ଏକ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୭ଜଣ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିବା ବେଳେ ବୈଶାଖୀ ସାହାଣୀ ପ୍ରଥମ, ଦେବାଶ୍ରୀ ମିଶ୍ର ଓ ସୋନାଲି ମହାରଣା ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସର୍ବଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ପ୍ରଭାବତୀ ପଢିହାରୀ ସଂଗୀତ ମାଧ୍ୟମରେ ତମାଖୁ ସେବନର ଭୟାବହତା ଉପରେ ଧାରଣା ପ୍ରଦାନ କରିଥିଲେ। ଅଧ୍ୟାପିକା ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.