ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ପ୍ରହଲ୍ଲାଦ ଗରୁଡ’ ସମ୍ମାନୀତ

ନବରଙ୍ଗପୁର : ବିଶ୍ୱହିନ୍ଦୁ ପରିଷଦ, ଓଡିଶା ପଶ୍ଚିମ ପ୍ରାନ୍ତର ତିନିଦିନିଆ ଧର୍ମପ୍ରସାର ପ୍ରଶିକ୍ଷଣ ବର୍ଗରେ ଉତ୍ସର୍ଗୀକୃତ ଜୀବନବ୍ୟାପୀ ସାଧନା ଓ ସମାଜ ସଂସ୍କୃତିର ସୁରକ୍ଷା କାର୍ଯ୍ୟ ସକାଶେ ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଝାଡବନ୍ଧଗୁଡା ଗ୍ରାମପଞ୍ଚାୟତର ପଲୁଗୁଡା ଗ୍ରାମର ‘ପ୍ରହଲ୍ଲାଦ ଗରୁଡ’ଙ୍କୁ ଶତାଧିକ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କର ଗହଣରେ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ବରଗଡ ଜିଲାର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାନ୍ତ ସଭାପତି ସର୍ବେଶ୍ୱର ତ୍ରିପାଠୀ ଯୋଗଦେଇ ଅବିନାଶୀ ସନାତନଧର୍ମର ମହାନତା ସଂପର୍କରେ କହିଥିଲେ। ପରିଷଦର ଅଖିଳ ଭାରତୀୟ ସହମନ୍ତ୍ରୀ ଅଚ୍ୟୁତାନନ୍ଦ କର ମାନବୀୟ ଜୀବନାଦର୍ଶନ ଉପରେ ଅବଗତ କରାଇଥିଲେ । ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଶରତ ପ୍ରଧାନ ଅତୀତର ହିନ୍ଦୁ ସମାଜ ଓ ଧର୍ମାନ୍ତରଣ ପରେ ହିନ୍ଦୁ ଇତିହାସର ବିହଙ୍ଗା ବଲୋକନ କରିଥିଲେ । ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ସୁଧୀର ରଞନ ବହିଦାର ଭିନ୍ନ ଭିନ୍ନ ଉପାୟରେ ଧର୍ମାନ୍ତରଣ ସଂପର୍କରେ କହିବା ସହିତ ଏଥିପ୍ରତି ସତର୍କ ରହିବା ଉପରେ କହିଥିଲେ । ଏଥିରେ କୃଷ୍ଣଚନ୍ଦ୍ର ସାହୁ,  ଯଶୋବନ୍ତ ସାହୁ, ବଳରାମ ଓରାମ, ଅନୀଲ ସନ୍ତୁକା, ଦୁର୍ଯ୍ୟୋଧନ ମାଳି ପ୍ରମୁଖ ସହଯୋଗ କରିଥିଲେ।

Comments are closed.