‘ସମାଜ’ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କୃତ

0

କୋଣାର୍କ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ‘ସମାଜ’ ପକ୍ଷରୁ ଓଡିଶା ବ୍ୟାପୀ ଆରମ୍ଭ ହୋଇଥିବା ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରମା କରୁଛି। ଏହି ପ୍ରଣାମ ମାତୃଭୂମୀ କାର୍ୟ୍ୟକ୍ରମ ପୁରୀ ଜିଲାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ ଜିଲାର ପ୍ରତ୍ୟେକ ବ୍ଲକରୁ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। କାକଟପୁର ବ୍ଲକ ନିମନ୍ତେ କୋଣାର୍କ ନିକଟବର୍ତ୍ତୀ କୁରୁମ ବୌଦ୍ଧ ବିହାର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା କବି ପ୍ରବୀଣ କୁମାର ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ଶିକ୍ଷା,କର୍ତ୍ତବ୍ୟ ନିଷ୍ଠା, ସାହିତ୍ୟ ଓ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଆଦର୍ଶ ଶିକ୍ଷକ ଭାବେ ସମାଜ ତରଫରୁ ସମ୍ମାନିତ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀର ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡଙ୍ଗୀ ଯୋଗ ଦେଇ ଶିକ୍ଷକଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

Leave A Reply