କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ୪ ପୁଲିସଙ୍କୁ ମିଳିବ ପଦକ

ଭୁବନେଶ୍ବର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୪ ପୁଲିସଙ୍କୁ ମିଳିବ ପଦକ। ଦେଶରେ ମୋଟ୍‌ ୧୫୧ ଜଣ ପୁଲିସ ଅଧିକାରୀଙ୍କୁ ଏହି ପଦକ ମିଳିବାକୁ ଥିବାବେଳେ, ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଜଣେ ଡିଏସ୍‌ପି ଓ ୩ଜଣ ଇନ୍ସପେକ୍ଟରଙ୍କୁ ରହିଛନ୍ତି। ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନୁସୂୟା ନାୟକ ଏବଂ ଇନ୍ସପେକ୍ଟର ରମେଶ ପ୍ରଧାନ ତଦନ୍ତରେ ଉତ୍କର୍ଷତା ପାଇଁ ପାଇବେ ପଦକ।

ମିଳିଥିବା ସୂଚନା ମୁତାବକ, ସିବିଆଇରୁ ସର୍ବାଧିକ ୧୫ ଜଣ ଅଧିକାରୀଙ୍କୁ ଏହି ପଦକ ମିଳିବ। ମହାରାଷ୍ଟ୍ରରୁ ୧୧, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ୧୦ ଜଣ ଲେଖାଏଁ ଅଧିକାରୀଙ୍କୁ ଏହି ଉତ୍କର୍ଷ ପଦକ ମିଳିବ।

Comments are closed.