ରିମାଣ୍ଡରେ ଯିବେ ଅଭିଜିତ ଆୟାର               

0

ଭୁବନେଶ୍ବର: ଅଭିଜିତ ଆୟାରଙ୍କୁ କୋଣାର୍କ ପୁଲିସ ରିମାଣ୍ଡରେ ନେବ। ୪ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ବର ଏସଡିଜିଏମ୍ କୋର୍ଟ ଅନୁମତି ଦେଇଛନ୍ତି। କୋଣାର୍କ ପୁଲିସ ଆୟାରଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର ଦିନ ଆବେଦନ କରିଥିଲା। କାଲି ଗୃହ କମିଟିରେ ହାଜର ହେବା ପରେ ଅଭିଜିତଙ୍କୁ ସହିଦ ନଗର ଥାନାରେ ଗିରଫ କରାଯାଇଥିଲା। ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ଗିରଫ ପରେ ସେ ଝାରପଡା ଜେଲରେ ରହିଛନ୍ତି। ଆୟାର ରାଜ୍ୟର ଐତିହ୍ୟ ଓ ପରମ୍ପରାକୁ କଟାକ୍ଷ୍ୟ କରି ସୋସିଆଲ ମିଡିଆରେ କରିଥିବା ମନ୍ତବ୍ୟ ବିରୋଧରେ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ବ କୋଣାର୍କ ପୁଲିସ କରୁଛି।

Leave A Reply