ପେଟ୍ରୋଲ-ଡ଼ିଜେଲ ଅପରିବର୍ତ୍ତିତ; ବିମାନ ଇନ୍ଧନ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ:କ୍ରମାଗତ ଭାବେ ଦ୍ବିତୀୟ ଦିନ ପାଇଁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ମଙ୍ଗଳବାର ଭଳି ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଏବଂ ଡିଜେଲ ୮୦ ଟଙ୍କା ୪୦ ପଇସାରେ ସ୍ଥିର ରହିଛି । ଜୁନ୍‌ରେ କ୍ରମାଗତ ଭାବେ ୨୨ ଦିନ ଧରି ​​‌ଦେଶରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୯ ଟଙ୍କା ୧୭ ପଇସା ଏବଂ ଡିଜେଲ ୧୧ ଟଙ୍କା ୪୩ ପଇସା ବଢିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମଙ୍ଗଳବାର ଭଳି ବୁଧବାର ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୯୯ ପଇସା ଏବଂ ଡିଜେଲ ୭୮ ଟଙ୍କା ୬୮ ପଇସାରେ ସ୍ଥିର ରହିଛି । ଏହି ୨୨ ଦିନରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୩୦ ପଇସା ଏବଂ ଡିଜେଲ ୧୦ ଟଙ୍କା ୯୮ ପଇସା ବୃଦ୍ଧି ହୋଇଛି।
ସେହିଭଳି ଆଜି ବିମାନ ଟର୍ବାଇନ୍‌ ଇନ୍ଧନ (ଏଟିଏଫ୍‌) ମୂଲ୍ୟରେ ୭.୫% ଅର୍ଥାତ୍‌ କିଲୋଲିଟର ପିଛା ୨୯୨୨ ଟଙ୍କା ୯୪ ପଇସା ବୃଦ୍ଧି ଘଟି ୪୧,୯୯୨ ଟଙ୍କା ୮୧ ପଇସାରେ ପହଞ୍ଚିଛି । ତେବେ ଗୋଟିଏ ମାସରେ ଏଟିଏଫ୍‌ ମୂଲ୍ୟରେ ଏହା ତୃତୀୟ ବୃଦ୍ଧି । ଜୁନ୍‌ରେ ଏଟିଏଫ୍‌ ମୂଲ୍ୟରେ ୫୬.୬% ବୃଦ୍ଧି ଘଟିଛି ।

Comments are closed.