ଏପ୍ରିଲ ୨୬ରେ ମୁକ୍ତିଲାଭ କରିବ ଆଭେଞ୍ଜରସ୍‍ ଏଣ୍ଡଗେମ୍‍

ମୁମ୍ବଇ : ଚଳିତ ବର୍ଷ ଚର୍ଚ୍ଚାରେ ଥିବା ବହୁପ୍ରତିକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଆଭେଞ୍ଜରସ୍‍ ଏଣ୍ଡଗେମ ଏପ୍ରିଲ ୨୬ରେ ମୁକ୍ତିଲାଭ କରିବ। ଏହି ସିନେମା ଦେଖିବାପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଭାରତର ଦିଲ୍ଲୀ ଏବଂମୁମ୍ବଇରେ ଏହି ସିନେମା ପାଇଁ ୧ସେକେଣକଡରେ ୧୮ଟିକେଟ ବୁକ୍‍ ହେଉଛି। ଏହି ଚଳଚ୍ଚିତ୍ରଟିି ଭାରତରେ ଚାରୋଟି ଭାଷାରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ଏହି ଚଳଚ୍ଚିତ୍ରକୁ ଇଂରାଜୀ, ହିନ୍ଦି, ତେଲୁଗୁ, ତାମିଲ ଭଳି ଚାରୋଟି ଭାଷାରେ ମୁକ୍ତିଲାଭ କରାଯିବ। ଏହି ଚଳଚ୍ଚିତ୍ରଟି ଭାରତରେ ମାତ୍ର ଗୋଟିଏ ଦିନରେ ୧୦ଲକ୍ଷ ଟିକଟ ବୁକିଙ୍ଗେ ହାଇଛି। ଯାହା ସମସ୍ଥ ରେକର୍ଡକୁ ଭାଙ୍ଗିଦେଇଛି। ଆଇରନ୍ ମ୍ୟାନ୍ରୁ ଆରମ୍ଭ ହୋଇଥିବା “ଆଭେଞ୍ଜରସ୍: ଏଣ୍ଡଗେମ୍‘” ମାର୍ବଲ ସିନେମାଟିକ୍ ୟୁନିଭର୍ସର ୨୨ତମ ଚଳଚ୍ଚିତ୍ର। ଦେଶରେ ଏହାକୁ ନେଇ ମାର୍ବଲ ମୁଭି ମାରଥନ୍ର ଆୟୋଜନ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଯେଉଁଠି କି ଏହାର ପୂରା ୨୨ଟା ସିନେମା ଦେଖାଯିବ ବୋଲି ଯୋଜନା କରାଯାଉଛି। ଏହି ସିନେମାଟି ପ୍ର୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ହେବ ବୋଲି ଅନୁମାନ କରାଯାଉଛି। ଏସିଆରେ ଏହାର ପ୍ରଚାର ଭାରତରୁ ହିଁ ଆରମ୍ଭ ହୋଇଛି।

Comments are closed.