ଆଲମାରି ସଫା କରିବ ପୋଷାକ!

ନିୟମିତ କପଡ଼ା ସଫା କରିବା ଏକ ବଡ଼ ଦାୟିତ୍ବ। ଗୃହିଣୀମାନେ ଅନ୍ୟ ସମସ୍ତ କାମ କରିବା ସହ ଏଇ କାମକୁ ମଧ୍ୟ ସତର୍କତାର ସହ କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ଲୋକେ ପୋଷାକପତ୍ର ସଫାସଫିକୁ ନେଇ ଅଧିକ ସାବଧନତା ଅବଲମ୍ବନ କରୁଥିବାର ଦେଖାଯାଉଛି। ଏବେ ଆପଣଙ୍କୁ ୱାସିଂ ମେସିନ୍‌ରେ ଲୁଗା ସଫା କରିବାର ଆବଶ୍ୟକତା ନାହିଁ। କାରଣ ଖୁବ୍ ଶୀଘ୍ର ବିଶ୍ବର ପ୍ରମୁଖ ବଜାରରେ ଏକ ଆଲମାରି ବଜାର ପ୍ରବେଶ କରିବାକୁ ଯାଉଛି, ଯାହା କପଡ଼ାକୁ ଆଲମାରି ଭିତରେ ହିଁ ସଫା କରିଦେବ। କୋରିଆର ଏକ ନାମୀ କମ୍ପାନୀ ଏଇ ଅତ୍ୟାଧୁନିକ କ୍ଷମତାସମ୍ପନ୍ନ ଆଲମାରି ତିଆରି କରିଥିବାବେଳେ ସେଠା ସ୍ଥାନୀୟ ବଜାରରେ ଏହାର ବିକ୍ରି ଆରମ୍ଭ ହୋଇସାରିଛି।

 

  • ପାଣି, ଲୁଗା ସଫା ପାଡଉର କିଛିର ମଧ୍ୟ ଆବଶ୍ୟକତା ନାହିଁ। ଜଣେ ବ୍ୟକ୍ତି ନିଜ ପୋଷାକକୁ ହ୍ୟାଙ୍ଗର୍ ସହାୟତାରେ ଆଲମାରିରେ ଟାଙ୍ଗିଦେବ, ସେହି ହ୍ୟାଙ୍ଗରରୁ ବାମ୍ଫ ବାହାରି ତାହା କପଡ଼ାକୁ ଡ୍ରାଏ-କ୍ଲିନ୍ କରିଦେବ। କପଡ଼ାରେ ଲାଗିଥିବା ଧୂଳି, ଅପରିଷ୍କାର, ଦାଗ ଖୁବ୍ ସହଜରେ ଏହି ପ୍ରକ୍ରିୟାରେ ସଫା ହୋଇଯିବ। ପରୀକ୍ଷାରୁ ଜଣାପଡ଼ିଛି, ଏଇ ଡ୍ରାଏ-କ୍ଲିନ୍ କରୁଥିବା ଆଲମାରି ପୋଷାକରୁ ୯୯% ଜୀବାଣୁ ନଷ୍ଟ କରିଥାଏ।
  •  ପୋଷାକ ସଫା ହେଉଥିବା ସମୟରେ ଆଲମାରିରୁ କୌଣସି ଶବ୍ଦ ବାହାରିବ ନାହିଁ କିମ୍ବା ଏହା ଏପାଖସେପାଖ ମଧ୍ୟ ହେବନାହିଁ ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି। ଶୟନ କକ୍ଷରେ ଏହି ଆଲମାରିକୁ ରଖିବା ସବୁଠୁ ପ୍ରକୃଷ୍ଟ ସ୍ଥାନ।
  •  ଆଲମାରି ୪୦ଥର ଡ୍ରାଏ-କ୍ଲିନ୍ କରିବା ପରେ ଏହାକୁ ସଫା କରାଯିବା ଜରୁରୀ। କମ୍ପାନୀ ତରଫରୁ ଏଥି ନିମ​‌େ​‌ନ୍ତ ରୀତିମତ ଯୋଗାଯୋଗ କରାଯିବ।
  •  ପୋଷାକ ସଫା କରୁଥିବା ଏଇ ଆଲମାରିର ମୂଲ୍ୟ ୧ଲକ୍ଷ ୯୬ହଜାର ୧୫୭ଟଙ୍କା ଧାର୍ଯ୍ୟ ହୋଇଛି। ଇଉରୋପରେ ଲୋକେ ଏଇ ଆଲମାରିର ପ୍ରି-ବୁକିଂ କରିଥିବାର ପ୍ରକାଶ।

Comments are closed.