ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ କଲମରେ ଅନୁଭବଙ୍କ ଆତ୍ମଜୀବନୀ

ଭୁବନେଶ୍ୱର : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏକ ବାୟୋପିକ୍‍; ଯେଉଁଥିରେ ଜୀବନ ସହ ସଂଘର୍ଷ ଓ ପ୍ରତିକୂଳ ପରିସ୍ଥିତିରେ ଲଢ଼ିବାର ଆତ୍ମବିଶ୍ୱାସ ସ୍ଥାନିତ ହୋଇଛି। ଅନୁଭବଙ୍କ ଆତ୍ମଜୀବନୀକୁ ନେଇ ନିର୍ମିତ ହୋଇଥିବା ଏହି ଚିତ୍ରର କାହାଣୀ ଲେଖିଛନ୍ତି ସାମ୍ବାଦିକ ଜାଗୃତି ଶୁକ୍ଳା। ସେ ଲୋକସଭା ଟିଭିରେ କାର୍ଯ୍ୟ କରିବା ସହ ଅଭିନୟ, ଫଟୋଗ୍ରାଫିରେ ତାଙ୍କର ରୁଚି ରହିଛି। ଏହି ଚିତ୍ରର ପରିକଳ୍ପନା, ଭଏସ୍‍ ଦାୟିତ୍ୱରେ ଅନୁଭବ ଥିବାବେଳେ ଇଫେକ୍ଟ, ମିକ୍ସିଂ ଓ ଗ୍ରାଫିକ୍‍ସ ପ୍ରସ୍ତୁତ କରିଛନ୍ତି ଲୁବୁନ-ଟୁବୁନ୍‍।

Comments are closed.