ଅଟୋରିକ୍ସା ଚାଳକ ଏବେ  ମେୟର

0

ମୁମ୍ବଇ:  ଆଗରୁ ନିଜର ଗୁଜୁରାଣ ମେଣ୍ଟାଇବା  ପାଇଁ ଅଟୋରିକ୍ସା ଚଳାଉଥିବା ଜଣେ ବ୍ୟକ୍ତି ଏବେ  ମହାରାଷ୍ଟ୍ର ପିମ୍ପରି-ଛିନ୍ଦଓ୍ୱାଡାର ମେୟର ଭାବେ ନିଯୁକ୍ତି ପାଇଛନ୍ତି ।  ରାହୁଲ ଯାଦବ  ଆଗରୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ  ୬ ଆସନ ବିଶିଷ୍ଟ ଅଟୋରିକ୍ସା ଚଳାଉଥିଲେ । ପରେ ସେ ୨୦୦୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ପ୍ରଥମେ ସେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପାଇଁ କାମ କରିଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ ।  ସେ କର୍ପୋରେଟର ଭାବେ ଜିତିବା ପରେ ତାଙ୍କୁ ସେଠାରେ ମେୟର ପଦବୀ ମିଳିଛି ।

୧୦ ବର୍ଷ ତଳେ ୬ ଆସନ ବିଶିଷ୍ଟ ଅଟୋରିକ୍ସାକୁ ପିମ୍ପରି-ଛିନ୍ଦଓ୍ୱାଡାରେ  ନିଷେଧକରାଯାଇଥିଲା । ଅଟୋରିକ୍ସା ଚଳାଇବା ବନ୍ଦ ହୋଇଯିବାରୁ  ସେ ଚାଷବାସ କରିଥିଲେ । ରାଜନୀତିରେ ଯୋଗଦେବାପରେ ଲୋକ ପ୍ରିୟତା ହାସଲ କରିଥିଲେ ।  ରାହୁଲ ଯାଦବ ସାଧାରଣ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

Leave A Reply