ଅଟୋରୁ ୨୪ କେଜି ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ୍‍ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାରଖମା ଅଂଚଳର ଚକ୍ରଧର ପାତ୍ର(୪୫), ସରୋଜ କୁମାର ସାହୁ(୪୬) ଓ ପିତା ମଲ୍ଲିକ(୩୮)। ଏହି ଘଟଣାରେ ପୁଲିସ୍‍ ଏକ ଅଟୋ ମଧ୍ୟ ଜବତ କରିଛି। ଗୋଟିଏ ଅଟୋ ନମ୍ବର ଓଡ଼ି-୦୭-ଭି-୫୦୧୯ରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାରୁ ଭୁବନେଶ୍ୱରକୁ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ପ୍ରକାର ରାଇକିଆ ପୁଲିସ୍‍ ଖବର ପାଇବାପରେ ରାଇକିଆ ରାମମୁଣ୍ଡା ଛକଠାରେ ଗାଡ଼ି ଚେକିଂ ଆରମ୍ଭ କରିବା ସହିତ ଉକ୍ତ ଅଟୋକୁ ଜବତ କରିଥିଲା। ତଲାସି ବେଳେ ଗୋଟିଏ ବସ୍ତାରୁ ଏହି ଗଞ୍ଜେଇ ମିଳିଥିଲା।ରାଇକିଆ ତହସିଲ୍‍ଦାରଙ୍କ ଉପସ୍ଥିତିରେ ଜବତ ଗଂଜେଇ ଓଜନ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‍ କେସ ନଂ ୮୪ା୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି।

Comments are closed.