୬୬ ରନରେ ଭାରତ ପରାସ୍ତ

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଭାରତକୁ ୬୬ ରନରେ ପରାସ୍ତ କରି ବିଜୟ ହାସଲ କରିଛି।
ଟସ୍ ଜିତିବା ପରେ ନିର୍ଦ୍ଧାରିତ ୫୦ ଓଭରରେ କଙ୍ଗାରୁ ଦଳ ୩୭୪ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏକ ଚମତ୍କାର ଶତକ ହାସଲ କରିଥିଲେ। ଡେଭିଡ ୱାର୍ଣ୍ଣର ଅର୍ଦ୍ଧ ଶତକ କରି ଆଉଟ ହୋଇଯାଇଥିବାବେଳେ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଭଲ ଖେଳିଥିଲେ। ୩୭୫ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ ୩୦୮/୮ କରିବାକୁ ସକ୍ଷମ ହୋଇଥିଲା।
ଖରାପ ଆରମ୍ଭ ସତ୍ତ୍ବେ ଭାରତ ନିଶ୍ଚିତ ଭାବରେ ୩୦୦ ରନ୍ ଅତିକ୍ରମ କରିଥିଲା, କିନ୍ତୁ ମ୍ୟାଚର ଫଳାଫଳ ଏପରି ହେବ ଯାହା ଅଧିନାୟକ କୋହଲି କେବେ ଆଶା କରି ନ ଥିଲେ। ଭାରତ ପକ୍ଷରୁ ଧାୱନ ୭୪ ରନ କରିଥିଲେ।
୭୬ ଟି ବଲରେ ୯୦ ରନ୍ ସ୍କୋର କରି ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ବିପକ୍ଷରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉଟ ହେବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ସାତଟି ଚୌକା ଓ ୪ଟି ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ନିଜ ଖେଳ ସହିତ ପ୍ରମାଣ କରିଛନ୍ତି ଯେ ସେ ଜଣେ ସମ୍ପୂର୍ଣ୍ଣ ଓ ଭଲ ବ୍ୟାଟ୍ସମ୍ୟାନ୍।
ସ୍ମିଥ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।