ଆନ୍ଥୋନୀ ଆଲ୍‌ବାନିସ୍‌ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କାନବେରା: ଅଷ୍ଟ୍ରେଲିଆ ଲେବର ପାର୍ଟି ନେତା ଆନ୍ଥୋନୀ ଆଲ୍‌ବାନିସ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ସୋମବାର ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶନିବାର ନିର୍ବାଚନ ଫଳାଫଳ ପ୍ରକାଶ କାଇଥିବାବେଳେ ଆନ୍ଥୋନୀଙ୍କ ଦଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ଲିବରାଲ ନ୍ୟାସନାଲ କୋଆଲିସନ୍‌କୁ ପରାଜିତ କରି ୨୦୦୭ ପରେ କ୍ଷମତାକୁ ଫେରିଛି। ଅର୍ଦ୍ଧାଧିକ ଆସନର ଭୋଟ୍‌ ଗଣତି ପରେ ମୋରିସନ୍‌ଙ୍କ ଦଳକୁ ୫୫ ଆସନ ମିଳିଥିବାବେଳେ ଆନ୍ଥୋନୀଙ୍କ ଦଳକୁ ୭୨ ଆସନ ମିଳିଛି। ମୋରିସନ୍‌ ନିଜର ପରାଜୟ ସ୍ବୀକାର କରିବା ସହ ଜନତା ପରିବର୍ତ୍ତନ ପାଇଁ ମତ ଦେଇଥିବା କହିଛନ୍ତି। ଅପରପକ୍ଷରେ ଭାବୀ ପ୍ରଧାନମନ୍ତ୍ରୀ ଦେଶକୁ ନବୀକରଣ ଶକ୍ତି କ୍ଷେତ୍ରରେ ଶକ୍ତିଶାଳୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.