ସ୍କଟ୍‍ ମରିସନ୍‍ ଅଷ୍ଟ୍ରେଲିଆର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଅର୍ଥମନ୍ତ୍ରୀ ସ୍କଟ୍‍ ମରିସନ୍‍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବେ। ଶୁକ୍ରବାର ଲିବରାଲ ପାର୍ଟିର ନେତା ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ପଦ ଲାଭ କରିବା ନେଇ ତାଙ୍କ ପଥ ପରିଷ୍କାର ହୋଇଛି। ୫୦ ବର୍ଷ ବୟସ୍କ ମରିସନ୍‍ ପୂର୍ବତନ ଗୃହମନ୍ତ୍ରୀ ପିଟର୍‍ ଡୁଟ୍ଟୋନ୍‍ଙ୍କୁ ୪୫-୪୦ ଭୋଟ୍‍ରେ ପରାସ୍ତ କରିଛନ୍ତି। ଫଳରେ ବିଗତ କିଛି ଦିନ ହେବ ଦଳ ମଧ୍ୟରେ ଲାଗି ରହିଥିବା କ୍ଷମତା କନ୍ଦଳରେ ତାଙ୍କର ବିଜୟ ହୋଇଛି। ଏହି ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ମାଲକମ୍‍ ଟର୍ଣ୍ଣବୁଲ୍‍ଙ୍କ ନେତୃତ୍ୱ ପ୍ରତି ଚଳିତ ସପ୍ତାହରେ ଦ୍ୱିତୀୟ ଆହ୍ୱାନ ଥିଲା। ଟର୍ଣ୍ଣବୁଲ୍‍ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ନୂତନ ନେତା ନିର୍ବାଚନ କରିବା ଲାଗି ସଂଖ୍ୟାଧିକ ଲିବରାଲ ସାଂସଦଙ୍କ ପକ୍ଷରୁ ଗୁୁରୁବାର ଆବେଦନ କରାଯିବା ପରେ ଟର୍ଣ୍ଣବୁଲ ପଦରୁ ହଟିଯାଇଥିଲେ। ଆସନ୍ତା ମାସରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏଥିରେ ମରିସନ୍‍ ଲିବରାଲ ପାର୍ଟିର ନେତୃତ୍ୱ ନେବେ। ବିଗତ ଦଶ ବର୍ଷ ମଧ୍ୟରେ ମରିସନ୍‍ ଦେଶର ଷଷ୍ଠ ପ୍ରଧାନମନ୍ତ୍ରୀ।

Leave A Reply