ଟି-୨୦ ବିଶ୍ବକପ୍ : ରବିବାର ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା

ଦୁବାଇ : ଅଷ୍ଟ୍ରେଲିଆ  ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି  ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ।

ଶେଷରେ ୬ଟି ବଲ୍ ବାକି ଥାଇ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିଥିଲା । ଆସନ୍ତା ୧୪ ତାରିଖ ରବିବାର ନ୍ୟୁଜିଲାଣ୍ଡ ଓ  ଅଷ୍ଟ୍ରେଲିଆର ମଧ୍ୟରେ ଫାଇନାଲ ମୁକାବିଲା ହେବ । ଚୁଡାନ୍ତ ସ୍କୋର : ପାକିସ୍ତାନ ୧୭୬/୪ (ରିଜୱାନ ୬୭, ଜମାନ ୫୫ ) ଅଷ୍ଟ୍ରେଲିଆ ୧୭୮/୫ (୧୯ ଓଭର) ୱାର୍ନର ୪୯, ମାଥ୍ୟୁ ୱେଡ୍‌-୪୧, ଷ୍ଟୋଇନିସ-୪୦।

Comments are closed.