ତୃତୀୟ ଟି-୨୦: ବ୍ୟର୍ଥ ଗଲା କୋହଲିଙ୍କ ଅର୍ଧଶତକ; ଭାରତକୁ ୧୨ରନରେ ହରାଇଲା ଅଷ୍ଟ୍ରେଲିଆ

ସିଡ଼ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ୧୨ରନରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି । ଏଥିସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ୨-୧ରେ ସମାପ୍ତ ହେଇଛି ।ଆଜିର ମ୍ୟାଚରେ ପରାସ୍ତ ହେଲେ ମଧ୍ୟ ତିନିଟି ମ୍ୟାଚରୁ ଦୁଇଟିରେ ଭାରତ ବିଜୟୀ ହୋଇଥିବାରୁ ସିରିଜ ହାତେଇବାରେ ସମର୍ଥ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ୮୫ ରନ ସତ୍ଵେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ତରଫରୁ ମିଚେଲ ସ୍ଵେପସନ ୨୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ,  ଆଡମ ଜାମ୍ପା ଓ ସିନ ଆବଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Comments are closed.