ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଟିମ୍‌ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ମୁମ୍ବଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ୩ ଓଭର ଖେଳ ସୁଦ୍ଧା ଭାରତ ବିନା କୌଣସି ୱିକେଟ ହରାଇ ୧୩ ରନ୍‌ ସଂଗ୍ରହ କରିଛି। ଦୁଇ ଓପନର ଶିଖର ଧାୱନ ଏବଂ ରୋହିତ ଶର୍ମା କ୍ରିଜରେ ରହିଛନ୍ତି।

୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ୨ୟ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ ରାଜକୋଟରେ ଖେଳାଯିବ। ସେହିପରି ୩ୟ ମ୍ୟାଚଟି ୧୯ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ଚାମ୍ପିୟନ ହେବା ପରେ ଦୃଢ଼ ସ୍ଥିତିରେ ରହିଛି। କଙ୍ଗାରୁ ଦଳକୁ ହରାଇ ସିରିଜ ହାତେଇବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି।

Comments are closed.