ମା’ର ମମତା, କୁଆ ପଥର ମାଡରେ ଗୁରୁତର ହୋଇବି  ବଞ୍ଚାଇଲା ଶିଶୁର ଜୀବନ

0

ସିଡନୀ .- ମା’ ର ମମତା ଆଗରେ ସବୁକିଛି ହାର ମାନିଥାଏ । ମାଆ ବି ନିଜ ଶିଶୁର ରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ପାରେ । ସାରା ବିଶ୍ୱରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ ।

ଏପରି ଏକ ଘଟଣା  ଅଷ୍ଟ୍ରେଲିଆରେ ଘଟିଛି ।  ଫିଓନା ସିମ୍ପସନ ନାମକ ଜଣ ମହିଳା ନିଜର କାର ଚଳାଇ କୌଣସି ଏକ କାମରେ ଯାଉଥିଲେ । ତାଙ୍କ ସହ ତାଙ୍କର ଛୋଟ ଝିଅ ଥିଲା । ଏହି ସମୟରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଗଛ ଉପୁଡି ପଡିବା ସହ ଅନେକ ଘରର ଛାତ ଉଡିଯାଇଥିଲା । କେବଳ ସେତିକି ନୁହେଁ ପ୍ରବଳ କୁଆ ପଥର ମାଡ ହୋଇଥିଲା । କୁଆ ପଥର ମାଡରେ ଫିଓନା ଚଳାଉଥିବା କାରର କାଚ ଭାଙ୍ଗି ଯାଇଥିଲା । ପ୍ରବଳ ପବନ ସହ କୁଆ ପଥର କାର ଭିତରେ ପଡିଥିଲା । ଏଥିରେ ଥିବା ନିଜ ଛୋଟ ଝିଅର ଜୀବନ ରକ୍ଷା ପାଇଁ ଫିଓନା ଢାଲ ପରି କାମ କରିଥିଲେ ।  କୋଳର ଝିଅକୁ ରଖିବା ସହ ପିଠି ଦେଖାଇ କୁଆ ପଥର ମାଡ ଖାଇଥିଲେ। ତାଙ୍କ ପିଠି ସହ ମୁଣ୍ଡରେ କୁଆ ପଥର ମାଡ ହୋଇ ବିଭିନ୍ନ କ୍ଷତ ସୃଷ୍ଟି ହୋଇଥିଲା । ଏବେ ସାମାଜିକ ଗଣ ମାଧ୍ୟମରେ ଫିଓନାଙ୍କର ଏହି ସାହାସିକ କାର୍ଯ୍ୟ ଭାଇରାଲ ହେବା ସହ ସମସ୍ତେ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି ।

Leave A Reply