ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ମିସେଲଙ୍କ ଜାମିନ ନାମଞ୍ଜୁର

0

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩ହଜାର ୬ଶହ କୋଟି ଟଙ୍କା ସମ୍ବଳିତ ଅଗଷ୍ଟା ୱେଷ୍ଟଲାଣ୍ଡ ଭି.ଭି.ଆଇ.ପି. ହେଲିକପ୍ଟର ଦୁର୍ନୀତି ମାମଲାରେ କ୍ରିଷ୍ଟିଆନ୍‍ ମିସେଲଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର, ମିସେଲଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ହେଲିକପ୍ଟର କିଣା ମାମଲାରେ ମଧ୍ୟସ୍ଥ ଥିବା ମିସେଲଙ୍କୁ ଦୁବାଇରୁ ପ୍ରତ୍ୟର୍ପଣ କରି ଅଣାଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ୍‍ କରିଥିଲା। ଆସନ୍ତା ୨୬ତାରିଖ ପର୍ୟ୍ୟନ୍ତ ତାଙ୍କୁ ଇ.ଡି. ଓ ସି.ବି.ଆଇ. ହାଜତରେ ରଖାଯାଇଛି।

Leave A Reply