ଶନିବାର ରାଶିଫଳ (୨୨-୦୮-୨୦୨୦)

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଆବଶ୍ୟକ। କାର୍ଯ୍ୟରେ ସଫଳତା ଲାଭ କରି ଯଶସ୍ବୀ ହେବେ। ଐଶ୍ବର୍ଯ୍ୟ ଯୁକ୍ତ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ।

ବୃଷ: ମନଦୁର୍ବଳ ରହିବ; ମାତ୍ର ପରଧନରେ ଧନୀ ହୋଇପାରନ୍ତି। ରସିକତାରୁ ବାଚାଳତା ଉପୁଜିପାରେ। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ଲାଭ ହୋଇପାରେ। ଗୃହ ସୁଖ ମିଳିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମିଥୁନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ପୁତ୍ର ସୁଖ ମିଳିପାରେ। ଜିତେନ୍ଦ୍ରୀୟ ହେବେ। ପ୍ରବଳ ପରାକ୍ରମୀ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ। ଜନବଲ୍ଲଭ ହୋଇପାରନ୍ତି।

କର୍କଟ: ପରୋପକାର କରି ସମ୍ମାନିତ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପ୍ରୀତିଲାଭ କରିପାରନ୍ତି। ସକଳ ଗୁଣର ଅଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ସିଂହ: ଉତ୍ତମ ଚିନ୍ତାଧାରା ସମ୍ପନ୍ନ ହେବେ। ଆୟବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ଦ୍ରବ୍ୟଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଆଶା ଫଳବତୀ ହେବ। ପାରିବାରିକ ସୁଖ ମିଳିବ।

କନ୍ୟା: ଶ୍ରୀଚନ୍ଦ୍ର ହେବା ହେତୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଧନବାନ ହେବେ। ଗୁଣଜ୍ଞ ହେବେ। ବଳିଷ୍ଠ ଓ ରୂପବାନ୍‌ ହେବେ। ଚିନ୍ତାଧାରା ଉନ୍ନତ ମାନର ହେବ। ସୁସ୍ଥ ଓ ନିରାମୟ ରହିବେ।

ତୁଳା: ଆପଣଙ୍କ ପଥରୋଧ କରିବାକୁ କେହି ଉଦ୍ୟମ ଚଳାଇପାରନ୍ତି। ଧର୍ମ-କର୍ମ ସମ୍ପାଦନ କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସୁଚିନ୍ତିତ ମତବ୍ୟକ୍ତ କରିବେ। ଜନ ହିତକର କାର୍ଯ୍ୟ ଅକୁଣ୍ଠ ଚିତ୍ତରେ ଧନବ୍ୟୟ କରିବେ।

ବିଛା: ସହଯୋଗର ହାତ ଲମ୍ବି ଆସିବ। ଯେଉଁ କର୍ମ ବାଛି ନିଅନ୍ତୁନା କାହିଁକି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ। ମନପ୍ରସନ୍ନ ରହିବ।

ଧନୁ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପ୍ରୀତି ଲାଭ ହେବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଆନନ୍ଦଦାୟକ ହେବ। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧିକାରୀ ହେବେ।

ମକର: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଚେଷ୍ଟା ଶୁଭପ୍ରଦ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ଅନ୍ୟମାନଙ୍କ ପାଇଁ ଆଦର୍ଶବାଦୀ ହେବେ। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଲାଭଯୁକ୍ତ ହେବେ। ସୁଭାଷୀ ହେବେ। ସତର୍କତାର ଦିନ।

ମୀନ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ବନ୍ଧୁ ଦର୍ଶନ ମିଳିବ। ଚେଷ୍ଟା ଶୁଭପ୍ରଦ ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ମନୋରମା ପତ୍ନୀଙ୍କ ପାଇଁ ସୁନା ଅଳଙ୍କାର ଆଣିବେ।

Comments are closed.