ବୁଧବାର ରାଶିଫଳ ( ୧୯-୦୮-୨୦୨୦ )

ମେଷ: ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ଆଶୀର୍ବାଦ ପ୍ରାପ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ପ୍ରୀତିଲାଭ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଘଟିବ। କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।

ବୃଷ: ରୋହଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖୀ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ବିବିଧ ଧନ ଯୁକ୍ତ ହେବେ। ନୀତି ନିଷ୍ଠ ହୋଇପାରନ୍ତି। ତ୍ୟାଗଶୀଳ ହେବେ। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁ ହେବା ଆଶା କରାଯାଏ। ମୃଗଶିରା ଓ ପୁର୍ନବସୁର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଖାଦ୍ୟପେୟରେ ତୃପ୍ତି ଲାଭ କରି​‌େ​‌ବ। ରୋଜଗାର ଆଶନୁରୂପ ହେବ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ୍‌ ହେବେ। ଗୁଣକ ହୋଇପାରନ୍ତି। ପୁର୍ନବସୁର ଓ ଅଶ୍ଳେଷାର ସାମାନ୍ୟ ଶୁଭ।

ସିଂହ: ମଘା ଓ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତରେ ପଡ଼ିବା ଆଶା କରାଯାଏ। ମାତ୍ର ଏହି ଖର୍ଚ୍ଚ ଦୀନ, ଦରିଦ୍ରଙ୍କ ସାହାଯ୍ୟାର୍ଥେ ହେବ। କର୍ମଚଞ୍ଚଳ ରହିବେ। ପୁତ୍ର ସୁଖ ମିଳିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।

କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଲୋକସମ୍ପର୍କ ବୃଦ୍ଧିପାଇବ। ଆୟ ଆଶାନୁରୂପ ହେବ। ମନ ପ୍ରସନ୍ନ ରହିବ। ସମ୍ମାନିତ ହେବେ। କର୍ମଚଞ୍ଚଳ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତରାଫାଲ୍‌ଗୁନୀ ଓ ଚିତ୍ରା ସତର୍କ ହେବେ।

ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ଦୟାଳୁ ସ୍ବଭାବର ହେବେ। ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ।

ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। ଧର୍ମକାର୍ଯ୍ୟ କରି ଆତ୍ମତୃପ୍ତି ଲାଭ କରିବେ। ପ୍ରୀତି ଲାଭ କରିପାରନ୍ତି। ଉତ୍ତରାଷାଢ଼ା ଜାତ ବ୍ୟକ୍ତିଙ୍କୁ ସତର୍କତାର ସହ ଚଳିବାକୁ ପଡ଼ିବ।

ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। ବନ୍ଧୁମିଳନ ଦ୍ବାରା ବିଶେଷ ଉପକୃତ ହେବେ। ପତ୍ନୀଙ୍କ ପ୍ରେରଣା ଲାଭଦାୟକ ହେବ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ହଇରାଣ ହୋଇପାରନ୍ତି।

କୁମ୍ଭ: ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ ଓ ସେଥିରେ ସଫଳତା ଲାଭ କରିବେ। କର୍ମକୁଶଳତା ସମସ୍ତଙ୍କ ପାଇଁ ଅନୁକରଣୀୟ ହେବ। ଶତ୍ରୁଙ୍କ ମୁହଁ ବନ୍ଦ କରିବେ। ଧନିଷ୍ଠା ଓ ପୂର୍ବଭଦ୍ରାର ସାମାନ୍ୟ ଫଳ।

ମୀନ: ଉତ୍ତରଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ମିଷ୍ଠାନ୍ନ ଭୋଜନ ମିଳିବ। ହର୍ଷଉଲ୍ଲାସରେ ସମୟ ଅତିବାହିତ କରିବେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବ୍ୟକ୍ତିତ୍ବ ବିକଶିତ ହେବ। ମନ ପ୍ରସନ୍ନ ରହିବ। ପୂର୍ବଭ ଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

Comments are closed.