ମା’ ବିରଜାଙ୍କ ଉପରେ ଆଧାରିତ ଅଡ଼ିଓ ସିଡି ଉନ୍ମୋଚିତ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମହିମା ଉପରେ ଆଧାରିତ ଏକ ଅଡ଼ିଓ ସିଡି ଗୁରୁବାର ଉନ୍ମୋଚିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଉନ୍ମୋଚନ କରିବା ସହ ମା’ ବିରଜାଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି କହିଥିଲେ। ଏହି ସିଡି ଆଧ୍ୟାତ୍ମିକତା ସୃଷ୍ଟି ଦିଗରେ ମଧ୍ୟ ପ୍ରଭାବ ପକାଇବ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ। ଏହି ଅଡିଓ ସିଡିରେ ଜିଲାପାଳ ଶ୍ରୀ ଦାସଙ୍କ ରଚିତ ୪ ଗୋଟି ଗୀତ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ରଚିତ ଗୋଟିଏ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଦ୍ୱାରା ରଚିତ ୩ ଗୋଟି ଗୀତ ସ୍ଥାନ ପାଇଛି। ଗୀତଗୁଡିକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଳିକ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ, ସୁନିଲ କୁମାର, ଅରୁପମା ନାୟକ, ପ୍ରଦୀପ, ଅମୂଲ୍ୟ ଏବଂ ନୂଆ କଣ୍ଠଶିଳ୍ପୀ ମୋନାଲିସା ଓଝା, ଅନୁଷ୍କା ଅନାମିକା ଓ ଅମ୍ରିତ।

Comments are closed.