ମହାତ୍ମା ଗାନ୍ଧୀଙ୍କ ସ୍ୱର୍ଣ୍ଣ ଖଚିତ ଚଷମା୨.୬୦ଲକ୍ଷ ପାଉଣ୍ଡରେ ନିଲାମ

ଲଣ୍ଡନ : ଦକ୍ଷିଣ ଆଫ୍ରିକାରେ ରହୁଥିବା ସମୟରେ ମହାତ୍ମା ଗାନ୍ଧୀ ପିନ୍ଧୁଥିବା ଏକ ସ୍ୱର୍ଣ୍ଣ ଖଚିତ ଗୋଲାକୃତି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ (ପ୍ରାୟ ୨କୋଟି ୫୫ଲକ୍ଷ ଟଙ୍କା)ରେ ନିଲାମ କରାଯାଇଛି। ତେବେ ଚଷମାଟି ଏତେ ମୂଲ୍ୟରେ ନିଲାମ ହେବାକୁ ନେଇ ମାଲିକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ବ୍ରିଷ୍ଟଲସ୍ଥିତ ନିଲାମଗୃହରେ ଚଷମାଟିକୁ ନିଲାମ ପାଇଁ ରଖାଯାଇଥିବାବେଳେ ଆମେରିକାର ଜଣେ ଅଜଣା ସଂଗ୍ରାହକ ଏହାକୁ ଏତେ ମୂଲ୍ୟରେ କ୍ରୟ କରିଛନ୍ତି।

ନିଲାମକାରୀ ଆଣ୍ଡି ଷ୍ଟୋୱେ କହିଛନ୍ତି ଯେ ଚଷମାଟିର ପ୍ରାଥମିକ ମୂଲ୍ୟ ୧୫ହଜାର ପାଉଣ୍ଡ ରଖାଯାଇଥିଲା। ଚଷମାଟିକୁ ନେବା ଲାଗି ଭାରତ, କାତାର, ଆମେରିକା, ରୁଷ୍‍, କାନାଡାର ଆଦି ଦେଶ ନେବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଚଷମାଟି ସ୍ଥାନୀୟ ଜଣେ ବେପାରୀଙ୍କ ପାଖରେ ଥିଲା। ସେ ଏହାକୁ ନିଲାମ ଲାଗି ବ୍ରିଷ୍ଟଲ ହାଉସକୁ ଦେଇଥିଲେ। ବେପାରୀଙ୍କର ମାମୁଙ୍କୁ ମହାତ୍ମା ଗାନ୍ଧୀ ୧୯୨୦ରୁ ୧୯୩୦ ଦଶକ ମଧ୍ୟରେ ଚଷମାଟିକୁ ଦେଇଥିଲେ। ସେତେବେଳେ ବେପାରୀଙ୍କ ମାମୁଁ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ପେଟ୍ରୋଲିୟମରେ କାମ କରୁଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପୂର୍ବରୁ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ କିଛି ବର୍ଷ ରହିଥିଲେ।

Comments are closed.