ପାପୁଲି ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିଙ୍କ ସ୍ୱଭାବ

0

ସମୁନ୍ଦ୍ର ଶାସ୍ତ୍ର ଅନୁସାରେ ହାତ ପାପୁଲିରୁ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟ ସମ୍ବନ୍ଧରେ ଜାଣି ହୋଇଥାଏ। ବ୍ୟକ୍ତିର ସ୍ୱଭାବ ନିଜ ରଙ୍ଗ ଉପରେ ମଧ୍ୟ ନିର୍ଭର କରିଥାଏ। ଯେକୌଣସି ବ୍ୟକ୍ତିର ସ୍ୱଭାବ ହାତରୁ ଜଣା ପଡିଥାଏ। ଆସନ୍ତୁ ଜାଣିବା ହାତ ପାପୁଲିରୁ ବ୍ୟକ୍ତିର ସ୍ୱଭାବ କିପରି ହୋଇଥାଏ।ଧଳା: ଶରୀରରେ ରକ୍ତର ଅଭାବ ଥିଲେ ହାତ ପାପୁଲି ଧଳା ରଙ୍ଗର ହୋଇଯାଏ। କିନ୍ତୁ ଯେଉଁ ମାନଙ୍କ ପାପୁଲିର ରଙ୍ଗ ଜନ୍ମରୁ ଧଳା ହୋଇଥାଏ ସେହି ବ୍ୟକ୍ତି ଆଧ୍ୟାତ୍ମିକ ସ୍ୱଭାବର ହୋଇଥାନ୍ତି। ଏପରି ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାନ୍ତି। କୌଣସି କାର୍ଯ୍ୟକୁ କରିବାକୁ ଉତ୍ସାହିତ ହୋଇ ନଥାନ୍ତି। ଏପରି ବ୍ୟକ୍ତିତ୍ୱ ମାନେ ଏକା ରହିବାକୁ ପସନ୍ଦ କରିଥାନ୍ତି। ସର୍ବଦା ଟଙ୍କାପଇସାର ଅଭାବ ଲାଗି ରହିଥାଏ।
ଲାଲ: ଯେଉଁ ମାନଙ୍କ ହାତ ପାପୁଲିର ରଙ୍ଗ ଲାଲ ହୋଇଥାଏ ସେମାନେ ଅତ୍ୟନ୍ତ ରାଗି ସ୍ୱଭାବର ହୋଇଥାନ୍ତି। ଅବିଶ୍ୱାସୀ ପ୍ରକୃତିର ମଧ୍ୟ ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କ ପାପୁଲିରୁ ଅଧିକ ମାତ୍ରାରେ ଝାଳ ମଧ୍ୟ ନିର୍ଗତ ହୋଇଥାଏ। ଏପରି ବ୍ୟକ୍ତିମାନେ ସମାଜରେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଏମାନଙ୍କୁ ଶାରୀରିକ ପରିଶ୍ରମ କରିବାକୁ ଭଲ ଲାଗି ନଥାଏ।ସାମାନ୍ୟ ହଳଦିଆ: ହଳଦିଆ ରଙ୍ଗର ପାପୁଲି ଥିବା ବ୍ୟକ୍ତିମାନଙ୍କ ନିକଟରେ ରକ୍ତର ଅଭାବ ଅଧିକ ଦେଖାଯାଇଥାଏ। ସେମାନେ ସର୍ବଦା ଯେକୌଣସି ରୋଗରେ ପିଡ଼ୀତ ହୋଇଥାନ୍ତି। ଏପରି ବ୍ୟକ୍ତିମାନେ ଖରାପ ବୁଦ୍ଧି, କର୍ମହୀନ ହୋଇଥାନ୍ତି। ଜୀବନରେ ସବୁ କାମରେ ଅସଫଳ ହୋଇଥାନ୍ତି।
ସାମାନ୍ୟ ଗୋଲାପୀ: ଯେଉଁ ମାନଙ୍କ ହାତର ପାପୁଲିର ରଙ୍ଗ ସାମାନ୍ୟ ଗୋଲାପୀ ହୋଇଥାଏ ସେମାନେ ସର୍ବଦା ସୁସ୍ଥ ରହିଥାନ୍ତି। ଏମାନେ ସମସ୍ତଙ୍କୁ ସ୍ନେହ ଓ ଆଦର କରିଥାନ୍ତି। ହୃଦୟରୁ ଭଲ ହୋଇଥାନ୍ତି। ଏପରି ବ୍ୟକ୍ତିମାନେ କଠିନ ପରିଶ୍ରମୀ ହୋଇଥାନ୍ତି। ଅନେକ କଳାର ଅଧିକାରୀ ହୋଇଥାନ୍ତି।
ଯେଉଁମାନଙ୍କ ପାପୁଲିର ରଙ୍ଗ ଅଧିକ ଗୋଲାପୀ ହୋଇଥାଏ ସେମାନେ ଅତ୍ୟନ୍ତ ସୁଖୀ ହୋଇଥାନ୍ତି। ସେମାନଙ୍କ ଜୀବନରେ ଟଙ୍କାପଇସାର ଅଭାବ ହୋଇ ନଥାଏ।

Leave A Reply