୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଆଜି ଘଟିଛି ଅମାନବୀୟ ଘଟଣା। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୪୦ ବର୍ଷର ଯୁବକ ଗିରଫ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ଯୁବକ ଜଣକ ହେଲେ ଦନେକବାଡ଼ି ପଂଚାୟତ ବିରାଗାଡ଼ା ଗ୍ରାମର ନିହେଶ୍ୱର ପ୍ରଧାନ।

ଖବର ପ୍ରକାରେ, ଶିଶୁ କନ୍ୟାଜଣକ ନିଜ ସାହିରେ ବୁଲୁଥିବା ବେଳେ ଅଭିଯୁକ୍ତ ଜଣକ କିଛି ଖାଇବାକୁ ଦେବି କହି ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଶିଶୁଜଣକ କୌଣସି ପ୍ରକାର ସେଠାରୁ ଖସି ଆସି ଘଟଣା ସଂପର୍କରେ ପରିବାରକୁ କହିବା ପରେ ପରିବାର ଲୋକେ ଏ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁକରି ନିହେଶ୍ୱରକୁ ଗିରଫ କରିବା ସହିତ ଡ଼ାକ୍ତରୀ ମାଇନା ପାଇଁ ପଠାଇଥିବାର ଜଣାଯାଇଛି।

Comments are closed.