ବାଇକରେ ଯାଉଥିବା ଯୁବକଙ୍କୁ ଆକ୍ରମଣ ଅଭିଯୋଗ ; ପେଟ୍ରୋଲ ଢାଳି ଜାଳିଲେ ୨ ଦୁର୍ବୃତ୍ତ

ଫୁଲବାଣୀ : ବାଇକରେ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଥିବା ଅଭିଯୋଗ ହୋଇଛି । ଫୁଲବାଣୀ ଜିଲ୍ଲା ଖଜୁରିପଡ଼ାରୁ ଏହି ଅଭିଯୋଗ ଆସିଛି । ନିଆଁରେ ପୋଡି ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୂଚନଯୋଗ୍ୟ, ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ନିକଟରେ ଯୁବକ ଜଣଙ୍କ ବାଇକରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟଲୋକେ ଉକ୍ତ ଯୁବକଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ପରେ ତାଙ୍କୁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Comments are closed.