ଡାକ୍ତର ଓ ସହାୟକକୁ ମାଡ଼, ୨ ଗିରଫ

ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୁମୁଳ କାଣ୍ଡ

ଟାଙ୍ଗୀ (ଖୋର୍ଦ୍ଧା) :  ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ସନ୍ଧ୍ୟାରେ ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀ ଜଣେ ରୋଗୀକୁ ବର୍ହିବିଭାଗରେ ଚିକିତ୍ସା କରୁଥିବା ସମୟରେ ଅନ୍ୟ ଜଣେ ରୋଗୀଙ୍କ ସ୍ବାମୀ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଯୁବକ ତାଙ୍କ ସହିତ ଆସିଥିବା ଛଅ ଜଣରୁ ଅଧିକ ସମର୍ଥକ ଡାକ୍ତରଙ୍କ ସମେତ ସହାୟକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଡାକ୍ତରଖାନା ପରିସରରେ ଲଙ୍କାକାଣ୍ଡ ଭିଆଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିବାବେଳେ ରିପୋର୍ଟ ଲେଖା ହେବା ବେଳକୁ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, କର୍ମଚାରୀଙ୍କ ଜରୁରୀ ବୈଠକ ହୋଇଥିଲା। କୌଣସି ଅଧିକ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସରରେ ଆଇଆଇସି ବିଜୟ କୁମାର ମଲିକଙ୍କ ସମେତ ପୁଲିସ ବଳ ଉପସ୍ଥିତ ଅଛନ୍ତି।
ଘଟଣାରୁ ପ୍ରକାଶ ଚାନ୍ଦପୁର ଶାସ୍ତ୍ରୀନଗରର ନବକିଶୋର ପ୍ରଧାନ ଅସୁସ୍ଥ ଥିବା ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଦେଖିବାକୁ ବର୍ହିବିଭାଗରେ ଚିକିତ୍ସା କରୁଥିବା ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀଙ୍କୁ ଜଣାଇଥିଲେ। ଏହି ସମୟରେ ଡାକ୍ତର ଶ୍ରୀ ଷଡ଼ଙ୍ଗୀ ଅନ୍ୟ ଜ​‌େ​‌ଣ ଗୁରୁତର ଶିଶୁ ରୋଗୀକୁ ଚିକିତ୍ସା କରୁଥିବା ତଥା ଡାକ୍ତରଖାନାକୁ ତୁଣ୍ଡି ପିନ୍ଧି ଆସ ବୋଲି ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ଡାକ୍ତର ଓ ସଂପୃକ୍ତ ବ୍ୟକ୍ତିି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଡାକ୍ତର ଶ୍ରୀ ଷଡ଼ଙ୍ଗୀଙ୍କୁ ନବ ହଠାତ ଆକ୍ରମଣ କରିଥିଲା। ଡାକ୍ତର ଶ୍ରୀ ଷଡ଼ଙ୍ଗୀଙ୍କ ବେକ, ଆଖି ଓ ମୁହଁରେ ଆଘାତ ଲାଗିଥିବାବେଳେ ଡାକ୍ତରଙ୍କୁ ଛଡ଼ାଇବାକୁ ଯାଇ ଏହି ଡାକ୍ତରଖାନାର ସହାୟକ ଦୀନବନ୍ଧୁ ବେହେରାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି ା ଏଭଳି ତୁମୁଳକାଣ୍ଡ ସମୟରେ ଉତ୍ତ୍ୟକ୍ତ ଯୁବକଙ୍କ ଛଅରୁ ଅଧିକ ସମର୍ଥକ ମଧ୍ୟ ପରିସ୍ଥିତିକୁ ଉତ୍ତେଜିତ କରିଥିବା କୁହାଯାଇଛି। ଏଭଳି ଲଙ୍କାକାଣ୍ଡ ସମୟରେ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନବକିଶୋର ପ୍ରଧାନ ଓ ତାଙ୍କ ପୁଅ ସିଲୁକୁ କାବୁ କରିନେଇଥିବା ଜଣାପଡିଛିା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତଚନ୍ଦ୍ର ଦେହୁରୀ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଆଇଆଇସି ଶ୍ରୀ ମଲିକ ଡାକ୍ତରଖାନା ପରିସରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି।

Comments are closed.