ନିର୍ବାଚନୀ ହିଂସା ; ଘରୁ ଡାକି ନେଇ ମରଣାନ୍ତକ ଆକ୍ରମଣ

ନୟାଗଡ଼ : ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକ ନିର୍ଦ୍ଧିଷ୍ଟ ଦଳର ପତକା ବାଣ୍ଟୁଥିବା ଯୋଗୁଁ ଅନ୍ୟ ଦଳର କର୍ମୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଘରେ ଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କୁ ଗଛରେ ବାନ୍ଧି ଖଣ୍ଡାରେ ହାଣିଥିଲେ । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଶରଣକୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.