ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

କନ୍ଧମାଳ : କନ୍ଧମାଳ ଜିଲା ତୁମୁଡିବନ୍ଧରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କ ଗାଡିକୁ ଅଟକାଇ ମାଡ ମାରିଥିଲେ ଏବଂ ପରେ ଅପହରଣ ଉଦ୍ୟମ କରିଥିଲେ ବୋଲି ମହମ୍ମଦ ଜିଆଉଦ୍ଦିନ ଅଭିଯୋଗରେ ଦର୍ଶାଇଛନ୍ତି । ଦୁର୍ବୃତ୍ତଙ୍କ କବଳରୁ ସ୍ଥାନୀୟ ଲୋକ ଓ ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ସେ କହିଛନ୍ତି ।

 

Comments are closed.