ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

0

ସମ୍ବଲପୁର: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ସାଲେଭଟା ପଂଚାୟତର ପୁର୍ବତନ ସରପନ୍ଚ ପର୍ଶୁରାମ ପ୍ରଧାନଙ୍କୁ ସୋମବାର ଦିନ ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା କରାଯାଇଛି। ଚେମର୍ଡା ନିବାସୀ ଶ୍ରୀ ପ୍ରଧାନ ସନ୍ଧ୍ୟା ସମୟରେ ଏକ ବାଇକରେ ଯାଉଥିବା ବେଳେ ପଲସାବୁରି ଗ୍ରାମ ନିକଟରେ ପୁର୍ବରୁ ଛକି ରହିଥିବା ଦଳେ ଲୋକ ଅତର୍କିତ ଭାବରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଦୁବୁର୍ତ୍ତମାନେ ଟାଙ୍ଗିଆ, ଲୁହା ଛଡ, ବାଡି ଆଦିରେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଭାବରେ ତାଙ୍କୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା କୁ ଅଣାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply