ଲଇକେରା ଫରେଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ; ୪ ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହି ଫରେଷ୍ଟ ରେଞ୍ଜର ମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ ।ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲାବଡ଼ ଡ଼ାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି । ପ୍ରଶାନ୍ତଙ୍କ ଭାଇ ଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ବନ ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିବା  ଚାରି ଜଣ ରାତ୍ରି ଜଗୁଆଳି ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ  ବାଗଡ଼ିହି ରେଞ୍ଜରଙ୍କ ସରକାରୀ ବାସଗୃହରେ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସାଙ୍ଗରେ ଫରେଷ୍ଟର ପ୍ରଶାନ୍ତ ଶୋଇଥିବାବେଳେ   ଶିବ ମାଝୀ, ଦୀପକ କିଷାନ, ସନ୍ତୋଷ ବୁଦୁଲା ଏବଂ ମହେଦେବ ମାଝୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ପ୍ରଶାନ୍ତ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ୪ ଜଣ ବନ ବିଭାଗରେ ଅସ୍ଥାୟୀ ଭାବରେ କାମ କରୁଥିବା ସୂଚନା ମିଳିଛି ।

Comments are closed.