ବନ କର୍ମଚାରୀଙ୍କୁ ଆକ୍ରମଣ, ୨ ଆହତ

0

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡା ଗ୍ରାମର ଏକ ନଡିଆ ବଗିଚାରେ ଦୀର୍ଘ ବର୍ଷ ହେବ ପ୍ରେମକାନ୍ତ ବରାଳଙ୍କ ଦ୍ୱାରା ଚାଲିଥିବା ବେଆଇନ କରତ କଳକୁ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ଆଠ ରୁ ଦଶ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି । ମଙ୍ଗଳବାର ସକାଳେ ଜବତ କରିବାକୁ ଯାଇଥିବା ବନ କର୍ମଚାରୀଙ୍କୁ କରତ କଳ ମାଲିକ ଗୋଡାଇ ଗୋଡାଇ ଟେକାପଥର ମାଡ କରିବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏ ସଂପର୍କରେ ବାଲୁଖଣ୍ଡ ବନାଞ୍ଚଳ ଥାନାରେ ଏତଲା ଦିଆଯାଇ ଥିବା ବେଳେ ସାକ୍ଷୀଗୋପାଳ ବନଖଣ୍ଡ ଅଧିକାରୀଙ୍କ ତରଫରୁ ସତ୍ଯବାଦୀ ଥାନାରେ ଅଭିଯୋଗ ହୋଇଛି । ପୁରୀ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା ଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଅଭିଯାନ ଆରମ୍ଭ ହୋଇଥିଲା । ଟେକା ପଥର ମାଡରେ ବନବିଭାଗ କର୍ମଚାରୀ ବିପିନ୍ ସିଂ ଓ ଅନ୍ୟ ଜଣେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇଛି । ପ୍ରେମାନନ୍ଦ ଫେରାର ଅଛନ୍ତି ଓ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ।

Leave A Reply