ଚାରିଛକ ସାପ୍ତାହିକ ହାଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ,ଅଭିଯୁକ୍ତ ଫେରାର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ସଦର ମହକୁମା ଚାରିଛକ ସାପ୍ତାହିକ ହାଟରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜନୈକ ଯୁବକ ସତ୍ୟାନନ୍ଦ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଚାରିଛକ ସାପ୍ତାହିକ ହାଟରେ ତିଲେଶ୍ୱର ପଂଚାୟତ କୃଷ୍ଣପାଲ୍ଲୀ ଗ୍ରାମର ସତ୍ୟାନନ୍ଦ ସାହୁ ପରିବା କିଣୁଥିଲେ। ଏହି ସମୟରେ ସେହି ଗ୍ରାମର ଗଗନ ପ୍ରଧାନ ଏକ କାତି ସାହାଯ୍ୟରେ ତାଙ୍କ ବେକକୁ ପଛପଟୁ ମରଣାନ୍ତକ ଆକ୍ରମଣ କରିଥିଲେ। ହାଟଚାଲିଥିବାରୁ ସେଠାରେ ପ୍ରବଳ ଭିଡ ରହିଥିଲା। ଘଟଣାପରେ ସତ୍ୟାନନ୍ଦ କୌଶଳକ୍ରମେ ସେଠାରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଖସିଆସି ପୁରୁଣାକଟକ ମେଡିକାଲରେ ପଂହଚିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଏ ସର୍ମ୍ପକରେ ପୁରୁଣାକଟକ ପୁଲିସ ଖବର ପାଇ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ସତ୍ୟାନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ପୁିଲସ ପକ୍ଷରୁ ସୂଚନା ମିଳିଛି ।

Comments are closed.