ଉଧାର ଟଙ୍କା ମାଗିବାରୁ ମହିଳାଙ୍କ ଉପରେ ଆକ୍ରମଣ ଅଭିଯୋଗ 

ନବରଙ୍ଗପୁର: ନବରଙ୍ଗପୁର ସଦରମହକୁମାରେ ଜଣେ ମହିଳା ଉଧାର ଟଙ୍କା ମାଗିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ସୂଚନା ମୁତାବକ, ନବରଙ୍ଗପୁର ସଦର ମହକୁମାର ଦାରୁବନ୍ଧ ସାହିରେ ରହୁଥିବା ଆର ଅରୁଣା ନାମକ ମହିଳା ତାଙ୍କ ପଡୋଶୀରେ ରହୁଥିବା ଅନ୍ୟ ଏକ ମହିଳା ଉଷାରାଣି ପଣ୍ଡାଙ୍କ ସ୍ୱାମୀଙ୍କ ଦେହ ଭଲ ନଥିବା ଯୋଗୁଁ ତାଙ୍କ ଚିକିତ୍ସା ପାଇଁ ଆର କରୁଣାଙ୍କଠାରୁ ୨ଥରରେ ୧୦ଲକ୍ଷ ଟଙ୍କା ଧାର ନେଇଥିଲେ। ଧାର ନେଇଥିବା ଟଙ୍କାକୁ ଅଳ୍ପ ଦିନ ମଧ୍ୟରେ ଫେରାଇଦେବା ପାଇଁ କହିଥିଲେ କିନ୍ତୁ ଅରୁଣାଙ୍କ ଅଭିଯୋଗ ଅନୁଯାଇ ଗତକାଲି ସେ ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯିବାରୁ ଉଷାରାଣୀ ରାଗରେ ଟଙ୍କା ଦେବିନାହିଁ କହି ଅରୁଣା ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ କି ସେ ଆହତ ହୋଇଥିବା ବେଳେ ଆଜି କରୁଣା ନବରଙ୍ଗପୁର ଥାନାରେ ଏନେଇ ଏତଲା ଦେବାସହ ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏନେଇ ନବରଙ୍ଗପୁର ଥାନାରେ ଏତଲାକୁ ଭିତ୍ତି କରି ଏକ ମୋକଦମା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ।

Comments are closed.