ବିବାହ ଶୋଭାଯାତ୍ରା ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଅଭାବନୀୟ ଘଟଣା । କୋଭିଡ଼ ନିୟମ ଭାଙ୍ଗି ଗାଁରେ ଏକାଧିକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଆସତବାଜି ଫୁଟାଇବା ସହ ଭୋଜିଭାତର ଆସର ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଆର ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥି ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ପାଇଁ ବିବାହ ଘର ପରିବାର ଲୋକେ ଓ ଗ୍ରାମବାସୀଙ୍କ ସହ କଥା କଟାକଟି ହୋଇଥିଲା। ସେହି ସମୟରେ ବିଦ୍ୟୁତ କାଟ ହୋଇ ଯିବାରୁ ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପଥର ମାରି ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଏହା ସହିତ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତହସିଲଦାର ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ସେ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ନିଜ ସରକାରୀ ବାସଭବନରେ ଅଛନ୍ତି। ଏ ସଂପର୍କରେ ରା. ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରୁ ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରି ଦୋଷୀ ପ୍ରତି ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.