କଣ୍ଟେନମେଣ୍ଟ ଜୋନରେ ପୁଲିସକୁ ଆକ୍ରମଣ; ୩୧ ଜଣଙ୍କୁ ଗିରଫ କଲା ରାଉରକେଲା ପୁଲିସ

ରାଉରକେଲା: କଣ୍ଟେନମେଣ୍ଟ ଜୋନ୍ ଘୋଷିତ ନାଲାରୋଡ଼ ଅଞ୍ଚଳରେ ପୁଲିସ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ୩୧ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ଜିଲା ପୁଲିସ କାର୍ଯ୍ୟାଳୟରେ ଡ଼ିଆଇଜି କବିତା ଜଲାନ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୨୬ ତାରିଖରେ କଣ୍ଟେନମେଣ୍ଟ ଜୋନରେ ପୁଲିସ ଉପରେ ଏହି ଯୁବକମାନେ ଆକ୍ରମଣ କରିଥିଲେ। ସେମାନେ ଢ଼େଲାପଥର ମାଡ଼ କରିବା ସହ କାଚ ବୋତଲ ଫିଙ୍ଗିଥିଲେ । ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ । ନାଲାରୋଡ଼ ଅଞ୍ଚଳରେ କରୋନା ସଂକ୍ରମିତ ଠାବ ହେବା ପରେ ଏହି ଅଞ୍ଚଳରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିଲା ଓ ପୁଲିସ ମୁତୟନ କରାଯାଇଥିଲା । ସଂକ୍ରମଣ ଭୟରେ ଲୋକମାନଙ୍କୁ ଘରୁ ବାହାରକୁ ବାରଣ କରାଯାଇଥିଲା । ମାତ୍ର ଏଥିରେ କ୍ରୋଧିତ ହୋଇ କିଛି ଯୁବକ ହିଂସାକାଣ୍ଡ ଘଟାଇଥିଲେ । ଏହି ଘଟଣାରେ ଆଜି ପୁଲିସ ୩୧ ଜଣଙ୍କୁ ଗିରଫ କରିଛି । ଡ଼ିଆଇଜିଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ରାଉରକେଲା ଏସପି କେ.ଶିବାମଣି ଉପସ୍ଥିତ ଥିଲେ ।

Comments are closed.