କାର୍ଯ୍ୟରତ କୋଭିଡ଼ ଯୋଦ୍ଧାଙ୍କୁ ଆକ୍ରମଣ ଓ ଲୁଟ୍‍ ଉଦ୍ୟମ, ଥାନାରେ ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଥାନାରେ ଏକ ଏତଲା ଦିଆଯାଇଛି। ଏତଲା ପ୍ରକାରେ ପୁଲିସ୍‍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଥିବା ବେଳେ ବେଳେ ଜଣେ କର୍ତ୍ତବ୍ୟରତ କୋଭିଡ଼୍‍ ଯୋଦ୍ଧାଙ୍କୁ ଲୁଟ୍‍ ପାଇଁ ଆକ୍ରମଣ ଘଟଣା ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି।

ଖବର ପ୍ରକାରେ, ୨୫ ତାରିଖ ସଂଧ୍ୟା ପ୍ରାୟ ୭ଟା ସମୟରେ ମେଡିକାଲରେ କୋଭିଡ଼୍‍ ପାଇଁ ନିୟୋଜିତ ଥିବା ଜଣେ ମହିଳା ଡାକ୍ତର ତାଙ୍କ ସରକାରୀ ବାସଭବନରେ ଏକୁଟିଆ ଥିବାବେଳେ କିଛି ବ୍ୟକ୍ତି ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଘରର କଲିଂବେଲ ବଜାଇଥିଲେ। ନିଜ କାର୍ଯ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ମହିଳା ଡ଼ାକ୍ତର ଜଣକ କେହି ରୋଗୀ କିମ୍ବା ସମ୍ପର୍କିୟ ଆସିଥିବା ସନ୍ଦେହ କରି ତୁରନ୍ତ ଘରର କବାଟ ଖୋଲିବାରୁ ହଠାତ ତିନିଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ବେକରେ ଥିବା ଏକ ଚେନକୁ ଟାଣିବା ପାଇଁ ଚେଷ୍ଟା କରିଥିଲେ। ତେବେ ସେହି ସମୟରେ ମହିଳା ଡ଼ାକ୍ତର ଜଣକ ସାହାସର ସହିତ ବଡ଼ପାଟିରେ ଚିତ୍କକାର କରିବାରୁ ମେଡିକାଲ ଭିତରେ କାର୍ଯ୍ୟରତ କିଛି ସୁରକ୍ଷା କର୍ମ ଅବିଳମ୍ବେ ଘଟଣା ସ୍ଥଳକୁ ଦୌଡ଼ି ଆସିବା ଫଳରେ ଯୁବକ ମାନେ ଘଟଣା ସ୍ଥଳରୁ ଫେରାର୍‍ ହୋଇଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଜଣକ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେଇଥିବା ବର୍ତମାନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡ଼ାକ୍ତର ନିତିସ ଶେଖର ମାଲୁ ସୂଚନା ଦେଇଛନ୍ତି। ଫିରିଙ୍ଗିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଡାକ୍ତରଖାନା ପରିସର ସଂଧ୍ୟା ହୋଇଗଲେ ଅନ୍ଧାରରେ ବୁଡ଼ି ରହୁଥିବ ଯୋଗୁଁ ଦିନକୁ ଦିନ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗତ କିଛିମାସ ତଳେ ଡାକ୍ତରଖାନା ପରିସରରେ ଏଲଇଡି ଲାଇଟ ଲଗାଯାଇଥିଲେ ମଧ୍ୟ ସେଥି ମଧ୍ୟରୁ ଅଧିକାଂଶ ଏବେ ସଂପୂର୍ଣ୍ଣଭାବେ ଖରାପ। ଫଳରେ ମେଡ଼ିକାଲ ପରିସରର ଅନେକ ଅଞ୍ଚଳ ଅନ୍ଧାରୁଆ ହୋଇ ରହୁଥିବାର ଦେଖାଯାଇଛି। ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ସନ୍ତୋଶକୁମାର ପାଢିଙ୍କୁ ପଚାରିବାରୁ ଲାଇଟ୍‍ ଖରାପ ହେବା ସମ୍ପର୍କରେ ତାଙ୍କ ପାଖରେ କୌଣସି ପ୍ରକାର ଖବର ନାର୍ହି ବୋଲି ପ୍ରକାଶ କରିଛନ୍ତି। ଏପରିକି ଲାଇଟ୍‍ ଖରାପ ସମ୍ପର୍କରେ ମେଡ଼ିକାଲ୍‍ କର୍ତ୍ତୃପକ୍ଷ ଅବଗତ କରିବା କଥା ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜଣେ କର୍ତ୍ତବ୍ୟରତ ମହିଳା ଡ଼ାକ୍ତରଙ୍କ ଆକ୍ରମଣ ସହିତ ଲୁଟ୍‍ ଉଦ୍ୟମ ଘଟଣାକୁ ବିିଭିନ୍ନ ମହଲରେ ଅସନ୍ତୋଷ ଦେଖାଯାଇଛି। ଏହି ଘଟଣା ପରେ ଅନେକ ସ୍ଥାନୀୟ ଶାସକ ଦଳର ନେତାମାନେ ଫୁଲବାଣୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଇଛି। ଘଟଣାକୁନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ମେଡିକାଲ ପରିସରରେ ଲାଇଟ ବ୍ୟବସ୍ଥା କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Comments are closed.