ବ୍ଲକ ଶିକ୍ଷାଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଧାମନଗର: ଧାମନଗର ବ୍ଲକ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବୁଧବାର ପୂର୍ବାହ୍ନ ୧୧ଟା ବେଳେ ନିଜ କାର୍ଯ୍ୟଳୟୟର ଥିବା ବେଳେ ଏହି ଆକ୍ରମଣ ହୋଇଛି। ଗୁରୁତର ଆହତ ଅବସ୍ଥାରେ ପବିତ୍ରଙ୍କୁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ବାଉଁଶ ଠେଙ୍ଗା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଆରସିସି ମୁକ୍ତିକାନ୍ତ ଦାସଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରାଯାଇଛି ଏବଂ ସେ ଆକ୍ରୋଶ ରଖି ଏହି ଆକ୍ରମଣ କରିଥିବା ପ୍ରାଥମିକ ଭାବେ ଜଣାପଡ଼ିଥିଲେ ମଧ୍ୟ ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଜଣାପଡିଛି।

Comments are closed.