ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ : କଳା ପତକା ପ୍ରଦର୍ଶନ ଉଦ୍ୟମ,୫ ଗିରଫ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ୨ ଆହତ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ବାରିପଦା ଗସ୍ତ ବେଳେ ହେଲିପ୍ୟାଡ୍ ବାହାରେ କଳାପତାକା ପ୍ରଦର୍ଶନ ଉଦ୍ୟମ କରିଥିବା ୫ ଜଣଙ୍କୁ ବାରିପଦା ଟାଉନ୍ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜେଏମଏମରୁ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେହିପରି ବିଜେପିରୁ ୨ ଜଣ ପୁରୁଷ ଜଣେ ମହିଳା ରହିଛନ୍ତି।
ଅନ୍ୟପକ୍ଷରେ କଳା ପତକା ପ୍ରଦର୍ଶନ ଉଦ୍ୟମ ବେଳେ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜେଏମଏମର ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଂଚଳର ସୁରଜ ସାହୁ ଓ ଭଦ୍ରକ ଅଂଚଳର ସରୋଜ ସୂର୍ଯ୍ୟବଂଶୀ । ଆହତ ଦ୍ୱୟ ବାରିପଦା ପିଆରଏମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟ ପକ୍ଷ​​‌ରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି,  ଗଣତନ୍ତ୍ରରେ ପ୍ରତିବାଦ କରିବା ଆମର ଅଧିକାର, ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କଲେ ବିଜେଡିର ଗୁଣ୍ଡାମାନେ ରକ୍ତମୁଖା ହୋଇ ଆକ୍ରମଣ କରୁଛନ୍ତି । ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ସାମ୍ନାରେ ବିଜେଡି କର୍ମୀଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣକୁ ଦଳ ପକ୍ଷରୁ ଦୃଢ଼ଭାବେ ନିନ୍ଦା କରାଯାଇଛି।

Comments are closed.