ପିପିଲିରେ ରାଜନୈତିକ ହିଂସା, ପ୍ରଚାର ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣାରେ ବିଜେପି

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର ତୀବ୍ର ହେଉଥିବା ବେଳେ ଆଜି ରାଜନୈତିକ ହିଂସା ଘଟିଛି।  ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କ ଉପରେ ଆକ୍ରମଣ ହୋଇଛି। ଜଣେ ବିଜେଡ଼ି ସମର୍ଥକ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚିତ୍ତରଞ୍ଜନଙ୍କୁ ମାଡ ମରାଯିବା ସହ ତାଙ୍କ ସ୍କୁଟର ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଥିବା ବେଳେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ୍ କରାଯାଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତା ଓମ୍ ପ୍ରକାଶ ମିଶ୍ର, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାଶ ପ୍ରମୁଖ ଘଟଣା ସ୍ଥଳରେ ଧାରଣାରେ ବସିଛନ୍ତି। ଘଟଣା ସ୍ଥଳରେ ପିପିଲି ଏସଡିପିଓ, ଆଇଆଇସି ଉପସ୍ଥିତ ଅଛନ୍ତି।

Comments are closed.