ଦମ୍ପତିଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତ ଆକ୍ରମଣ ; ଲୁଟିଲେ ସୁନାଗହଣା ସହ ଟଙ୍କା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଦୁର୍ବୃତ୍ତମାନେ ଏକ ପରିବାରର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟ କରିଥିବା ସୋମବାର ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପରିବାରର ଦମ୍ପତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତମାନେ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଘରେ ପଶିଥିଲେ। ଲୁଟ ସମୟରେ ବ୍ୟକ୍ତି ଓ ତାଙ୍କ ପତ୍ନୀ ବିରୋଧ କରିବାରୁ ଲୁଟେରା ତାଙ୍କୁ ଭୁଜାଲିରେ ମରାଣାନ୍ତକ ଆକ୍ରମଣ କରିବା ସହ ସୁନଗହଣା ଓ ଟଙ୍କା ପଇସା ଲୁଟ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.