ଦୁଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ;ଜଣେ ମୁତ, ଜଣେ ଗୁରୁତର

ବାଲେଶ୍ୱର :ବାଲେଶ୍ୱର ଜିଲା ସଦର ବ୍ଲକ ବୁଆଣ ପଞ୍ଚାୟତ ପାରିକୂଳ ଗାଁରେ ଦୁଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଯୁବକ ଦୁଇ ଯୁବକଙ୍କୁ କଟୁରୀ, ଖଣ୍ତା ଭୁଜାଲିରେ ମିଳିତ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ପରେ କଟକ ନେବା ବାଟରେ ମୁତ୍ୟୁ ହୋଇଛି।
ସୂଚନା ଯୋଗ୍ୟ ପାରିକୂଳ ଗାଁରେ ଗତ ରାତି ୮ଟା୩୦ ରେ ସ୍କୁଟିରେ ଦୁଇ ଯୁବକ ପ୍ରିୟବ୍ରତ ମହାପାତ୍ର ଓ ତପନ ପାତ୍ର ବେରେଲରେ ଡିଜେଲ ନେଇ ଗାଁକୁ ଫେରିବା ବେଳେ ଛତ୍ରପୁର ବେଲବାରିଆ ଠାରେ ଗୋଟିଏ ଗୋଷ୍ଠୀର ୧୫ରୁଅଧିକ ଯୁବକ ବିଜୟ ଓ ପ୍ରିୟବ୍ରତ ସ୍କୁଟି ଅଟକାଇ ଗୋଡାଇ ଗୋଡାଇ କଟୁରୀ ଆକ୍ରମଣ ଯୋଗୁ ବିଜୟ ଓ ପ୍ରିୟବ୍ରତ ଗୁରୁତର ହୋଇ ପଡ଼ିଥିଲେ। ଆକ୍ରମଣକରୀମାନେ ତପନର ଗୋଟିଏ ହାତ ସଂପୂର୍ଣ ହାଣି ଦେଇଥିବା ବେଳେ ଅନ୍ୟହାତ, ମୁଣ୍ଡ ଗୋଡକୁ ହାଣିଥିଲେ । ପ୍ରିୟବ୍ରତର ବାଲେଶ୍ଵରରେ ଚିକିତ୍ସା ହେଉଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ପରେ କଟକ ନେବା ବାଟରେ ମୁତ୍ୟୁ ବରଣ କରିବାରୁ ତାକୁ ସୋର ଡାକ୍ତରଖାନା ଆଣିଥିଲେ। ଡାକ୍ତର ମୁତ ଘୋଷଣା କରିଥିଲେ।

Comments are closed.