ଆଶାକର୍ମୀଙ୍କୁ ଆକ୍ରମଣ, ୨ ଅଟକ

ଭୁବନେଶ୍ବର : ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ ଜଣେ ଆଶାକର୍ମୀଙ୍କୁ ରବିବାର ରାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ରଣପୁର ପୋଲିସ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।
ବୃନ୍ଦାବନପୁର ପଞ୍ଚାୟତ ବିନୋଦପଡାର ଆଶାକର୍ମୀ ରବିବାର ଗ୍ରାମରେ କରୋନା ଉପରେ ରିପୋର୍ଟ ସଂଗ୍ରହ ସଂଗ୍ରହ ସହିତ ସଚେତନତା କରୁଥିଲେ। ଗ୍ରାମରେ ଜଣେ ଭୁବନେଶ୍ବର ଫେରନ୍ତାଙ୍କ ନାମ ପଞ୍ଜୀକରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଭୁବନେଶ୍ବର ଫେରନ୍ତାଙ୍କୁ ଆଇସୋଲେସନରେ ରଖିବାକୁ ଆଶାକର୍ମୀ ପରାମର୍ଶ ଦେବାରୁ ଭୁବନେଶ୍ବର ଫେରନ୍ତାଙ୍କ ପରିବାର ଲୋକେ ଗାଳିଗୁଲଜ କରିଥିଲେ। ଫଳରେ ଆଶାକର୍ମୀଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ରବିବାର ରାତିରେ ଆଶାକର୍ମୀ ଘରେ ଥିବାବେଳେ ଭୁବନେଶ୍ବର ଫେରନ୍ତା ସେଠାକୁ ଯାଇ ଗାଳିଗୁଲଜ କରିବା ସହ ତାଙ୍କୁ ମାର୍‌ପିଟ କରିଥିବା ଅଭିଯୋଗ ହୋଇଛି।
ଆଶାକର୍ମୀଙ୍କ ଅଭିଯୋଗ ଅନୁଯାୟୀ ରଣପୁର ପୁଲିସ ସୋମବାର ଏକମାମଲା (ନଂ.୧୨୬/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.