ପରିବାରକୁ ଭୁଜାଲିରେ ଆକ୍ରମଣ, ଜଣେ ମୃତ

0

ବରଗଡ଼ : ବୈରଖପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ଗୋଟିଏ ପରିବାର ଉପରେ ୪ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି। ସୂଚନା ଅନୁଯାୟୀ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେହି ପରିବାରର ମହିଳା ଗୁରୁତର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ମେଡ଼ିକାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସ୍ୱାମୀ ଓ ୨ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ବିଜେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ବାଇକ ଛାଡ଼ି ଫେରାର ହୋଇଯାଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

Leave A Reply