ଦୁର୍ବୃତ୍ତମାନେ ଘରେ ପଶି ହାଣିଲେ ; ୧ ଗୁରୁତର , ୩ ଆହତ

କେଶଦୁରାପାଳ: ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ଘରେ।

ସୂଚନା ଅନୁଯାୟୀ,  ବେଣୁଧରଙ୍କ ପରିବାର ଲୋକେ ଘରେ ଥିବା ବେଳେ କେତେକ ଅସାମାଜିକ ଯୁବକ ଠେଙ୍ଗା ଓ ଭୁଜାଲିରେ ଧରି ଘର ଭିତରକୁ ଆସି ଆକ୍ରମଣ କରିଥିଲେ । ଏଥିରେ ବେଣୁଧର ଗୁରୁତର ଆହତ ହୋଇଥିବା ବେଳେ ବେଣୁଧରଙ୍କର ସ୍ତ୍ରୀ ମାଳତି ବେହେରାଓ ପୁଅ ରଂଜନ ବେହେରା ବୋହୁ ଅନ୍ନପୂର୍ଣ୍ଣା ବେହେରା ଆହତ ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ହଣାକଟା କରିଥିବାର ଅନୁମାନ କରାଯାଏ। ସମସ୍ତ ଙ୍କୁ ସାଇଁ କୁଳ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଏ ପର୍ଯ୍ୟନ୍ତ ଏନେଇ ରାମଚନ୍ଦ୍ରପୁର ଥାନାରେ କେସ ରୁଜୁ ହୋଇନଥିବାର ରାମଚନ୍ଦ୍ରପୁରଥାନା ଅଧିକାରୀ ରାଜେନ୍ଦ୍ର ସ୍ଵାଇଁ ପ୍ରକାଶ କରିଛନ୍ତି।

Comments are closed.